ଭୂକମ୍ପରେ ଦୋହଲିଲା ମାଲକାନଗିରି

ମାଲକାନଗିରି: ଭୂକମ୍ପରେ ଦୋହଲିଲା ମାଲକାନଗିରି। ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ୨ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି।

ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ପ୍ରଥମେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କିଛି ସେକେଣ୍ଡ୍‌ ପରେ ପୁଣିଥରେ ଦ୍ୱିତୀୟ ଥର ଭୂକମ୍ପ ହୋଇଥିଲା। ୨-୩ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଦୁଇ ଦୁଇ ଥର ଭୂକମ୍ପ ଅନୁଭୂତ ହେବା ଯୋଗୁ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଫଳରେ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ।

ଭୂକମ୍ପର କେନ୍ଦ୍ର ଛତିଶଗଡ଼ର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

You might also like