ଅାରମ୍ଭ ହେଲା ଇ-ଚାଲାଣ ପ୍ରକଳ୍ପ

ଡିଜିଟାଲ ମୋଡ୍‌ରେ ଆଦାୟ ହେବ କର ଓ ଶୁଳ୍କ

ଭୁବନେଶ୍ୱର: ଏଣିକି ମୋଟର ଯାନ ଆଇନ୍‌ ଉଲ୍ଲଂଘନକାରୀଙ୍କ ଦ୍ୱାରା ଘଟୁଥିବା ଅପରାଧର ଅନଲାଇନରେ ରେକର୍ଡ ରହିବ।ଏହାଦ୍ୱାରା ବାରମ୍ବାର ମୋଟର ଯାନ ଆଇନ୍‌ର ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଅଧିକ ଜରିମାନା ଆଦାୟ କରାଯିବ। ଏହାକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଇ-ଚାଲାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଘଟଣା ସ୍ଥଳରେ ଜରିମାନା ଆଦାୟ ହେବ। ଏହି ଡିଜିଟାଲ ମୋଡ୍‌ ମାଧ୍ୟମରେ କର, ଶୁକ୍ଳ ଓ ଜରିମାନା ପଇଠ କରାଯାଇ ପାରିବ।

You might also like