ଏଣିକି ବିନା କାଗଜରେ ଚାଲିବ ବିଧାନସଭା

ଭୁବନେଶ୍ୱର: ଏଣିକି ବିଧାନସଭାରେ କାଗଜର ବ୍ୟବହାର ହେବନି। ଆଗକୁ ହେବ ଇ-ବିଧାନସଭା । ଇ-ବିଧାନସଭା ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଲାଣି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ବିଧାନସଭା କାମ ବିନା କାଗଜରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି କମ୍ପ୍ୟୁଟର ।ବିଧାନସଭାରେ WiFi ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ।

ଇ-ବିଧାନସଭା ପାଇଁ କେନ୍ଦ୍ର ସରକାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରତିଶତ ଅର୍ଥ ଦେଇଛନ୍ତି । ପୁରା ପ୍ରକଳ୍ପରେ ୬୦ ପ୍ରତିଶତ ଅନୁଦାନ କେନ୍ଦ୍ର ଦେବାର ଥିବା ବେଳେ ରାଜ୍ୟ ନିଜ ହାତରୁ ଖର୍ଚ୍ଚ କରିବ ୪୦ ପ୍ରତିଶତ । ଆସନ୍ତା ଶୀତ ଅଧିବେଶନ ପରେ ଯେଉଁ ଅଧିବେଶନ ହେବ, ସେଥିରେ ଇ-ବିଧାନସଭା ଲାଗୁ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

You might also like