ଘୂର୍ଣ୍ଣିଝଡ଼ର ତାଣ୍ଡବ
ନୂଅାପଡ଼ା : ନୂଅାପଡ଼ା ସଦର ବ୍ଲକ ଗୁରଜୀଭଟ୍ଟାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଅାଜି ମଧ୍ୟାହ୍ନ ସମୟରେ ହଠାତ ଘୂର୍ଣ୍ଣିଝଡ଼ ହେବା ଫଳରେ ଗୁରଜୀଭଟ୍ଟା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁ ରାସ୍ତା ଉପରେ ବଡ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଯାତାୟତ ପ୍ରଭାବିତ ହୋଇଛି।
ଆହୁରି ପଢ଼ନ୍ତୁ
ଘୂର୍ଣ୍ଣିଝଡ଼ ଫଳରେ ଗାଁରେ ଥିବା ବିଦ୍ୟୁତ୍ ଖୁଣ୍ଟି ଉପୁଡି ଯାଇଛି। ତେବେ ଏଥିରେ କୌଣସି ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି। ସେପଟେ ଏପର୍ଯ୍ୟନ୍ତ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା ମିଳିଛି।