କାଲି ଭସାଣି; ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୪ କୃତ୍ରିମ ପୋଖରୀ

ଭୁବନେଶ୍ୱର: ଆଜି ପୂଜାମଣ୍ଡପରେ ଅନୁଷ୍ଠିତ ହେଉଛି ବିଜୟା ଦଶମୀ ପର୍ବ। ଦିନକ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା।  ଭସାଣି ଉତ୍ସବ ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଚଳିତ ଥର ୪ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି ।

ଦୟାନଦୀରେ ୨ଟି ଓ କୁଆଖାଇରେ ୨ଟି ପୋଖରୀ କରାଯାଇଛି । ଏହି ୪ଟି ପୋଖରୀରେ ୧୫୦ରୁ ଅଧିକ ମୂର୍ତ୍ତି ବିସର୍ଜନ ହୋଇପାରିବ।

ସେହିପରି କଟକରେ ପ୍ରଶାସନ ପକ୍ଷରୁ କାଠଯୋଡ଼ି, ମହାନଦୀ କୂଳ ଓ ଦେବୀଗଡ଼ାରେ ୧୪ଟି ଅସ୍ଥାୟୀ ପୋଖରୀ କରାଯାଇଛି।

କରୋନା କଟକଣା ଯୋଗୁ ଦଶହରା ଏଥର ଫିକା ପଡ଼ି ଯାଇଛି। କେଉଁଠି ଗହଳ ଚହଳ ନାହିଁ। ତଥାପି ରୀତି ନୀତି ଅନୁସାରେ ପୂଜାବିଧି କରାଯାଉଛି।

ଆହୁରି ପଢ଼ନ୍ତୁ

You might also like