ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ସରିଲା ଦଶହରା ଏବେ ମା‘ଙ୍କୁ ଦିଆଯିବ ମେଲାଣି। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ପରେ ଆଜି ମା’ଙ୍କୁ ଦିଆଯିବ ମେଲାଣି । ରାଜ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଆଜି ବିସର୍ଜନ କରାଯିବ। ଟ୍ୱିନ୍ ସିଟିରେ ମା’ଙ୍କୁ ବିଦାୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା।

କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିଲା। ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି॥ ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି କରାଯିବ।  ସକାଳ ୧୦ଟାରୁ ୧୨ଟା, ୧୨ରୁ ୨ଟା, ଅପରାହ୍ଣ୨ଟା ରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ କରାଯିବ। ମୋଟ ୪ ଟି ପର୍ଯ୍ୟାୟରେ ପୋଲିସ ଏସର୍କଟରେ ହେବ ଭସାଣି ପର୍ବ।  ଏହାଛଡା ସାହି ପରିକ୍ରମାକୁ ମଧ୍ୟ ଅନୁମତି ନାହିଁ ବୋଲି କଟକ ଡିସିପି ପ୍ରତୀକ ସିଂ ଗତକାଲି କହିଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମା’ଙ୍କୁ ମେଲାଣି ଦେବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମେଢ଼ଗୁଡ଼ିକ ମଣ୍ଡପରୁ ବାହାରି ଭସାଣ ଲାଗି ଯିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ରାଜଧାନୀରେ ୭ଟି ସ୍ଥାନରେ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଶୋଭାଯାତ୍ରାକୁ ବାରଣ କରାଯାଇଛି ।

You might also like