ଅସ୍ଥାୟୀ ପୋଖରୀରେ ମା’ଙ୍କୁ ମେଲାଣି

କଟକ: ଦୀର୍ଘ ଦଶ ଦିନର ପୂଜା ବିଧି ଶେଷ ହେବାପରେ ଆସନ୍ତାକାଲି ମା ଦୁର୍ଗାଙ୍କୁ ମେଲାଣି ଦିଆଯିବ। ପୂର୍ବ ବର୍ଷଭଳି ଅଡ଼ମ୍ବରରେ ବିସର୍ଜନ ଉପରେ ପ୍ରଶାସନ ରୋକ୍ ଲଗାଇଛି। ତେଣୁ କଟକରେ ମାଆଙ୍କ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି।  ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି କରାଯିବ। ସକାଳ ୧୦ଟାରୁ ୧୨ଟା, ୧୨ରୁ ୨ଟା, ଅପରାହ୍ଣ୨ଟା ରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ କରାଯିବ। ସକାଳ ୧୦ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଭସାଣି ହେବ। ୪ ଟି ପର୍ଯ୍ୟାୟରେ ଏହି ଭସାଣି କରାଯିବ ବୋଲି ପୋଲିସ୍‌ କହିଛି।

ଏହି ଭସାଣି ପର୍ବକୁ ପୋଲିସ ଏସର୍କଟରେ କରାଯିବ। ସେହିପରି ଗାଡ଼ିର ଚେଚିଶ୍‌ରେ ମୂର୍ତ୍ତି ଲୋଡ୍‌କରି ଭସାଣ କରିବାକୁ ବାରଣ କରାଯାଇଛି। ଏହାଛଡା ସାହି ପରିକ୍ରମାକୁ ମଧ୍ୟ ଅନୁମତି ନାହିଁ ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି।

You might also like