ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

କଟକ: କଟକରେ ଦୁର୍ଗାପୂଜାକୁ ନେଇ ଆୟୋଜିତ ବୈଠକରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଡକା ନ ଯିବାକୁ ନେଇ ବିବାଦ ତେଜିବାରେ ଲାଗିଛି।

ଶୁକ୍ରବାର ଦିନ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ଫଳରେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଗତକାଲି ସହରର ୧୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଡିସିପି ଅଖିଳେଶ୍ୱର ସିଂଙ୍କୁ ଦାୟୀ କରି ତାଙ୍କ କୁଶ ପୁତ୍ତଳିକା ମଧ୍ୟ କଂଗ୍ରେସ କର୍ମୀମାନେ ଦାହ କରିଥିଲେ। 

ତେବେ ଏନେଇ ଡିସିପି, ବିଧାୟକଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ କର୍ମୀ ଦାବି କରିଛନ୍ତି। 

ଅନ୍ୟପକ୍ଷରେ ଏସମ୍ପର୍କରେ ଡିସିପିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

You might also like