କଟକରେ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଗଲାଣି ସଜବାଜ

କଟକ: କଟକରେ ଦୁର୍ଗା ପୂଜା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ମା’ଙ୍କୁ ଆବାହନ ଲାଗି ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି।

କାରିଗରମାନେ ଚାନ୍ଦି ଓ ସୁନା ଅଳଙ୍କାରରେ ସଜା ଯାଉଥିବା ମେଢ଼ର ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଚାନ୍ଦିରେ ପୋଡ଼ ଦିଆଯିବା ପରେ ସେଗୁଡିକୁ ଏସିଡ୍‌ରେ ପକାଯାଇ ସଫେଇ କରାଯାଉଛି। ଠିକ୍‌ ସମୟରେ ଯେମିତି ସମସ୍ତ କାର୍ଯ୍ୟ ସରିବ ସେଥିଲାଗି କାରିଗରମାନେ ନିର୍ମାଣରେ ବ୍ୟସ୍ତ ଅଛନ୍ତି।  

ଗତବର୍ଷ ସହରରେ ପ୍ରାୟ ୨୪ଟି ଚାନ୍ଦି ମେଢ଼ ହୋଇଥିବା ବେଳେ ଚଳିତ ବର୍ଷ ଖାନନଗର ପୂଜା କମିଟି ପକ୍ଷରୁ ମା’ଙ୍କ ଲାଗି ସୁନା ମୁକୁଟ ନିର୍ମାଣ କରାଯାଉଛି। ଏଥିପାଇଁ ଅଢ଼େଇରୁ ୩ କେଜି ଓଜନ ସୁନାରେ ମୁକୁଟ ତିଆରି ଚାଲିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଲାଇଟ୍‌ ଗେଟ୍‌ ମଧ୍ୟ ହେବ। ହାଇଦ୍ରାବାଦ୍‌ ଗେଟ୍‌, ଲୋଟସ୍‌ ଟେମ୍ପଲ୍‌ ଓ ବାହୁବଳୀର ଲାଇଟ୍‌ ଗେଟ୍‌ ହେବବୋଲି କମିଟି ପକ୍ଷରୁ କୁହାଯାଇଛି।

(କଟକରୁ ଆଲୋକ ଦାଶଙ୍କ ସହ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ)

You might also like