କରୋନା କଟକଣା ଯୋଗୁ ମା’ ଦୁର୍ଗାଙ୍କୁ ଅନ୍‌ଲାଇନ୍‌ରେ ଦର୍ଶନ କଲେ ଭକ୍ତ‌

ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ, ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। ମହାମାରୀ ସାଙ୍ଗକୁ ପ୍ରଶାସନର କଠୋର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ମଣ୍ଡପରେ ପରଦା ପଛରେ ମାଆ ଆଉ ଘରେ ଅନ୍‌ଲାଇନରେ ଦର୍ଶନ କରୁଛିନ୍ତି ଭକ୍ତ। ଆଜି ମଣ୍ଡପରେ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ମାଆଙ୍କର ହୋଇଛି ମହାନବମୀ ପୂଜା।

ମହାମାୟାଙ୍କ ମହାଷ୍ଟମୀ, ବାଜୁଛି ତୁରୀ ମହୁରୀ ମୃଦଙ୍ଗ ଶବ୍ଦ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା ମଣ୍ଡପ। ପରଦା ଆଢୁଆଳରେ ଚାଲିଛି ମାଆଙ୍କ ଆରାଧନା। ଆଜି ଭୋରରୁ ମହାଷ୍ଟମୀ ଥିବାରୁ ମଣ୍ଡପରେ ସୂର୍ଯ୍ୟପୂଜା, ଗୁରୁପୂଜା, ନବଯୋଗିନୀ ଓ ଭୈରବୀ ପୂଜା କରାଯାଇଥିଲା।

ଏହାପରେ ଅଷ୍ଟମୀ ଓ ନବମୀର ସନ୍ଧୀକ୍ଷଣରେ ମାଆଙ୍କ ନିକଟରେ ସନ୍ଧୀପୂଜା ସହ ଦିଆଯାଇଥିଲା ପାଣି କଖାରୁ ବଳି। ମହିଳାମାନେ ମାନସିକ ରଖି ପ୍ରଦାନ କରିଥିବା ଶାଢ଼ି ମାଆଙ୍କ ନିକଟରେ ପୂଜା କରାଯାଇଥିଲା। ତେବେ କୋଭିଡ୍ କଟକଣା ଯୋଗୁଁ କଟକରୁ ଭୁବନେଶ୍ୱର, ବ୍ରହ୍ମପୁରରୁ ରାଉରକେଲା ସବୁଠି ମଣ୍ଡପ ଖାଁ ଖାଁ। ପରଦା ଆଢୁଆଳରେ ମାଆଙ୍କ ଆରାଧନା ଚାଲିଥିବା ବେଳେ ବାହାରେ ପୁଲିସ ପହରା। ମାଆଙ୍କ ଦର୍ଶନ ନପାଇ ନିରାଶ ହୋଇଥିବା ଭକ୍ତଙ୍କ ପାଇଁ କିଛି ପୂଜା ମଣ୍ଡପରେ ହୋଇଛି ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା। ଯାହାଫଳରେ ସିଧାସଳଖ ମଣ୍ଡପକୁ ଯାଇନପାରି ଅନ୍‌ଲାଇନ୍‌ରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

କୋଭିଡ୍ କଟକଣା ଭିତରେ ଜଳୁନି ଚିକ୍‌ମିକ୍ ଆଲୁଅ କି ଶୁଭୁନି ଡିଜେର ଛାତିଥରା ଶବ୍ଦ। ମେଲୋଡି ପେଣ୍ଡାଲରୁ ବି ଭାସି ଆସୁନି ସେହି ମନଲୋଭା ସଂଗୀତର ମୁର୍ଛନା। ନିରବି ଯାଇଛି ପେଣ୍ଡାଲ, ଘରେ ହାତ ବାନ୍ଧି ବସିଛନ୍ତି କଳାକାର। ବର୍ଷକୁ ଥରେ ଲୋକଙ୍କ ମନୋରଂଜନ ସହ ଦି ପଇସା ରୋଜଗାରର ଆଶା ଛଡ଼ାଇ ନେଇଛି କରୋନା ମହାମାରୀ ସାଙ୍ଗକୁ ସରକାରଙ୍କ କଠୋର କଟକଣା। ପରଦା ଆଢୁଆଳରେ ମାଆଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଯୋଗୁ ଫିକା ପଡ଼ିଛି ପାର୍ବଣ।

ମଣ୍ଡପରେ ମାଆଙ୍କ ମହାଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ମହାନବମୀ ପୂଜା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଥିବା ନବ ଦିନାତ୍ମକ ରଥଯାତ୍ରା ଆଜି ଶେଷ ହୋଇଛି। କେନ୍ଦୁଝର ଘଟଗାଁରେ ସୁନା ବେଶରେ ସଜ୍ଜିତ ହୋଇଛନ୍ତି ମାଆ ତାରିଣୀ। ସେହିପରି ଜଗତସିଂହପୁର ଝଙ୍କଡ଼ରେ ମାଆ ଶାରଳାଙ୍କ ପୀଠରେ ମଧ୍ୟ ମହାନବମୀ ପୂଜା ଅନୁଷ୍ଠିତ ହୋଇଛି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like