ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଦୂରଦର୍ଶନରେ ପାଠପଢା

ଭୁବନେଶ୍ୱର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଫଳରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରଣୀ ପିଲାଙ୍କୁ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ୨୦ ତାରିଖରୁ ଏଡୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ । ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ୨ ଥର ଘଣ୍ଟାଏ ଲେଖାଏଁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ।

ସକାଳ ୧୧ଟାରୁ ୧୨ଟା ଏବଂ ୩ଟା ୩୦ରୁ ୪ଟା ୩୦ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେବ । ଗଣିତ, ଇଂରାଜୀ, ଭୂଗୋଳ, SCP, SCL ପାଠର ପୁନଃ ପ୍ରସାରଣ ହେବ। ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

 

You might also like