ଏବେ ପାଣି ବି ନକଲି!

ବ୍ରହ୍ମପୁର ଲକ୍ଷ୍ମୀବିହାରେ ନକଲି ପାଣି କମ୍ପାନୀ ଠାବ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ଲକ୍ଷ୍ମୀବିହାର ଅଞ୍ଚଳରେ ନକଲି ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ଉ। ସହରରେ ମାଳ ମାଳ ନକଲି ପାଣି ଓ ମୃଦୁ ପାନୀୟ କାରଖାନା ଥିବାବେଳେ ବ୍ୟବହାର ହେଉଥିବା ବିଭିନ୍ନ କମ୍ପାନୀର ଲୋଗ ଲଗାଇ ବଜାରକୁ ଛଡ଼ାଯାଉଛି ।  ଲକ୍ଷ୍ମୀବିହାର ଦ୍ୱିତୀୟ ଲେନରେ ବେଆଇନ ଭାବେ ଚାଲିଥିବା ନକଲି ପାଣି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ବିପୁଳ ପିରମାଣର ନକଲି ସାମଗ୍ରୀ ଜବତ କରିଛି ପୋଲିସ।

ବିଭାଗୀୟ ଅନୁମତି ନଥାଇ ପାଣି ପାଉଚ ଓ ପାଣି ବୋତଲ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । ଏନେଇ ଆଜି ବଡ଼ବଜାର ପୋଲିସ ପହଞ୍ଚି କାରଖାନା ଉପରେ ଚଢ଼ଉ କରି ନକଲି ସାମଗ୍ରୀ ଜବତ କରିବା ସହ ଫ୍ୟାକ୍ଟ୍ରିକୁ ସିଲ୍ କରିଛି ।  ପ୍ରତ୍ୟେକ ବୋତଲରେ ଆଇଏସଆଇ ମାର୍କ ଲେଖାଥିଲେ ମଧ୍ୟ କୌଣସି ବି କମ୍ପାନୀଠାରୁ ଏଭଳି ପ୍ରମାଣପତ୍ର ମିଳିଥିବା ଯାଞ୍ଚ ପରେ ଜଣାପଡ଼ିଥିଲା । କେବଳ ବ୍ରହ୍ମପୁର ନୁହେଁ ଏହାର ଉପକଣ୍ଠରେ ବହୁ ନକଲି କାରଖାନା ଥିବାର ଅଭିଯୋଗ ହୋଇଛି। ଆଗାମୀ ଦିନରେ ସେଗୁଡ଼ିକରେ ମଧ୍ୟ ଚଢଉ କରାଯିବ ବୋଲି ସୂଚନା ମିଳିଛି ।

 

ଅନ୍ୟପଟେ ବ୍ରହ୍ମପୁରରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ପରେ ତନାଘନା । ବଡ଼ ବଜାର ଥାନା ଆଇଇଆଇସି ଓ ସଦର SDPO ସେଠାରେ ପହଞ୍ଚିଛନ୍ତି । ବଡବଜାର ଥାନା ଗଣେଶ ନଗର ପ୍ରଥମ ଲାଇନରେ ଥିବା ନକଲି ସସ୍ ଫ୍ୟାକ୍ଟ୍ରିକୁ ଗତକାଲି ଠାବ କରିଥିଲା ପୋଲିସ । ଫ୍ୟାକ୍ଟ୍ରିରୁ ବିପୁଳ ପରିମାଣର ଅପମିଶ୍ରିତ ଟମାଟୋ, ଚିଲି ଓ ସୋୟା ସସ୍ ଜବତ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନକୁ ଏହି ଅପମିଶ୍ରିତ ସସ୍ ପଠାଯାଉଥିବା । ପୋଲିସ କହିଛି ଅପମିଶ୍ରିତ ସସକୁ ବିଭିନ୍ନ ନାମୀଦାମୀ କମ୍ପାନୀ ଷ୍ଟିକର ଲଗାଇ ପ୍ରସ୍ତୁତ କରାଯାଉଥିଲା । କାରଖାନା ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ଘଟଣାର ତନାଘନା କରାଯାଉଛି ।

 

You might also like