ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

ଭୁବନେଶ୍ୱର: ସସ୍ ହେଉ କି ଘିଅ, ପୂଜା ସାମଗ୍ରୀ ହେଉ କି ଗଙ୍ଗାଜଳ। ଗତ କିଛିଦିନ ହେଲା ଟୁଇନ୍‌ସିଟିରେ କ୍ରମାଗତ ଭାବେ ଏସବୁ ସାମଗ୍ରୀକୁ ନକଲି କରି ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ଏଭଳି ସ୍ଥିତିରେ ଏବେ ରାଜଧାନୀରେ ସାମ୍ନାକୁ ଆସିଛି ନକଲି ୱାଟର ବଟ୍‌ଲିଂ କାରଖାନା।

ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ଏହି ନକଲି ୱାଟର ବଟ୍‌ଲିଂ କାରଖାନାକୁ ଠାବ କରିଛି ପୋଲିସ।  ଏହି କାରଖାନାରେ ନାମୀଦାମୀ କଂପାନୀର ବ୍ରାଣ୍ଡ ବ୍ୟବହାର କରି ବିକ୍ରିବଟା ଚାଲୁଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ପୋଲିସ ଏହି କାରଖାନା ଉପରେ ଚଢ଼ାଉ କରିଛି।

ଚଢ଼ାଉ ପରେ ପାଣି ବୋତଲ ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର୍‌କୁ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

You might also like