ନକଲି ଘିଅ ପରେ ଭୁବନେଶ୍ୱରରୁ ଜବତ ହେଲା ନକଲି ସସ୍ ଓ ଆଚାର

ଭୁବନେଶ୍ୱର: କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱର ସୁନ୍ଦରପଦାର କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ପୁଣିଥରେ ଭୁବନେଶ୍ୱରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ।

ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସ୍‌ର ସ୍ପେଶାଲ ସ୍କ୍ୱାଡ୍‌  ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢ଼ଉ କରି ଶହ ଶହ କିଲୋ ନକଲି ସସ୍ ଓ ଆଚାର ଜବତ କରିଛନ୍ତି।

ବହୁ ଦିନ ଧରି ଆଚାର ପ୍ରସ୍ତୁତ କରିବା ପରେ ଏହାକୁ ଅପରିଷ୍କାର ଭାବେ ରଖାଯାଇଥିବା ଜଣାପଡ଼ିଛି। ଏପରିକି କିଛି ଆଚାର କଣ୍ଟେନର୍‌ରେ ପୋକ ଲାଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛିା ଏହାସହ ବହୁ ପରିମାଣର ରାସାୟନିକ ସାମଗ୍ରୀ ମିଶାଇ ଏହାକୁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।  ବହୁ ପରିମାଣର ସସ୍ ବି ଜବତ ହୋଇଛି। ଏହି ସବୁ ସାମଗ୍ରୀକୁ ଜବତ କରି ଏହାର ମାନ ନିରୂପଣ କରାଯିବ।

ଏୟାରଫିଲ୍ଡ ଥାନାରୁ ମାତ୍ର ଅଳ୍ପ ଦୂରରେ ଲୁଚାଛପାରେ ଚାଲିଥିବା ନକଲି ଘିଅ କାରଖାନା ଉପରେ କିଛିଦିନ ତଳେ ପୋଲିସ୍ ଚଢ଼ଉ କରିଥିଲା‌। ବାଲାଜୀ ଏବଂ ଦୁର୍ଗା ଘିଅ ବ୍ରାଣ୍ଡ୍‌ର ଲେବଲ୍ ସହ ଶୁଦ୍ଧ ଘିଅର ଲେଖାମାରି ଖାଉଟିଙ୍କ ଆଖିରେ ଧୂଳିଦେଇ ବେଆଇନ୍‌ କାରବାର ଚଳାଇଥିଲା ଅଭିମନ୍ୟୁ ପୃଷ୍ଟି ନାମକ ଜଣେ ବ୍ୟକ୍ତି।

ଅଭିମନ୍ୟୁ ତାଙ୍କ କାରଖାନାରେ ପାମୋଲିନ୍ ତେଲ, ବନସ୍ପତି, କୁକୁମ ମଞ୍ଜିର ମିଶ୍ରଣ କରି ନକଲି ଘିଅ ତିଆରି କରୁଥିଲେ। ରଙ୍ଗ, ସ୍ୱାଦ ଆଉ ବାସ୍ନା ପାଇଁ ବ୍ୟବହାର କରୁଥିଲା ରାସାୟନିକ ଦ୍ରବ୍ୟ। ଆଉ ତା’ପରେ ପୂଜା ଘିଅ ନାଁରେ ମାର୍କେଟ୍‌କୁ ଛାଡ଼ି ସେ ମାଲାମାଲ୍ ହେଉଥିଲେ। ଶେଷରେ ପୋଲିସ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ହାତରେ ଧରାପଡ଼ିଲା ଏହି ବିଷ ବେପାର।

You might also like