ଜୟପୁର : ନକଲି ପୁଲିସ୍କୁ ଧରିଲା ଅସଲି ପୁଲିସ। ଡକାୟତ ଉଦ୍ୟମ ପାଇଁ ଯୋଜନା କରୁଥିବା ୮ଜଣ ଡକାୟତଙ୍କୁ କାବୁ କଲା ଜୟପୁର ଟାଉନ ପୁଲିସ। ସେମାନଙ୍କ ଠାରୁ ଗୋଟିଏ ଏରଟିଗା କାର, ୧୨ଟି ମୋବାଇଲ ସହ ମାରଣାସ୍ତ୍ର ଓ ପୁଲିସ ଡ୍ରେସ ଜବତ କରାଯାଇଛି।
ଏମାନେ ମଧ୍ୟପ୍ରଦେଶ ସମେତ କୋରାପୁଟ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ ଅଟକାଇ ଲୁଟ ଉଦ୍ୟମ ପାଇଁ ଯୋଜନା କରୁଥିଲେ। ହେଲେ ଯୋଜନା ବିଫଳ ହେବାରୁ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏପରିକି ଏହି ଡକାୟତମାନେ ଗଞ୍ଜେଇ ଚୋରା ଚାଲାଣରେ ବି ସଂପୃକ୍ତ ନେଇ ସନ୍ଦେହ ଥିବା ଟାଉନ ଥାନା ଅଧିକାରୀ କହିଛନ୍ତି।