ଏହି କମ୍ପାନୀର ପାମୋଲିନ୍ ତେଲ କିଣୁଛନ୍ତି କି ? ସାବଧାନ

କଟକ: କଟକ ଟାଙ୍ଗୀରେ ପୁଣି ନକଲି ଖାଇବା ତେଲ କାରଖାନା ଠାବ। ମଙ୍ଗୁଳି ଛକ ନିକଟରେ ଏକ ଗୋଦାମ ଉପରେ ଚଢ଼ାଉ କରିଛି ଟାଙ୍ଗୀ ପୁଲିସ। ରେଡ୍ ବେଳେ ଶହଶହ ଲିଟର ନକଲି ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ମିଳିଛି।

ଗଜାନନ ଇଣ୍ଡଷ୍ଟ୍ରି ନାଁରେ ଥିବା ଏହି କମ୍ପାନୀ ରୁଚି ଗୋଲଡ୍ ଅସଲି ବ୍ରାଣ୍ଡ୍‌ର ଡୁପ୍ଲିକେଟ୍ ଭାବେ ରୁବି ଗୋଲ୍ଡ ନାଁରେ ତେଲ ପ୍ରସ୍ତୁ କରୁଥିଲା।

ଚଢ଼ାଉ ବେଳେ ବହୁ ସଂଖ୍ୟାରେ ତେଲ ଟିଣ, ପାଉଚ, ପେଟୀ ଓ ପ୍ୟାକିଂ ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛି ଟାଙ୍ଗୀ ପୁଲିସ୍। ୩ଟି ଗୋଦାମ୍‌କୁ ସିଲ୍ କରିବା ସହ କାରଖାନା ମାଲିକ ଗୋପାଳ ଗୁପ୍ତାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

You might also like