୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ

କୋରାପୁଟ: ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ। ସୁଙ୍କି ଆଉଟପୋଷ୍ଟ ନିକଟରୁ ଏତେ ପରିମାଣର ନକଲି ନୋଟ୍ ପଟାଙ୍ଗୀ ପୋଲିସ ଜବତ କରିଛି। କାର୍‌ରେ ଛତିଶଗଡ଼ ଯାଉଥିବା ବେଳେ ଜାଲ୍ ନୋଟ୍ ସହ ୩ ଅଟକ ଅଛନ୍ତି। ଜାଲ୍ ନୋଟ୍ ଜବତ ନେଇ ସୁନାବେଡ଼ା SDPO ସୂଚନା ଦେଇଛନ୍ତି। ଆଜି କୋରାପୁଟ ଏସ୍‌ପି ଏନେଇ ସବିଶେଷ ତଥ୍ୟ ଦେବେ। ଏକ ନିଦ୍ଦିଷ୍ଟ ସ୍ଥାନରେ ରଖି ତାଙ୍କୁ ଜେରା କରାଯାଉଛି। ସେମାନେ କେଉଁଠୁ ଆସୁଥିଲେ, କୁଆଡେ ଯାଉଥିଲେ ଓ କାହିଁକି ଆସୁଥିଲେ, ଏନେଇ ପୋଲିସ୍ ତଦନ୍ତ କରିବ। ଏକ ସ୍ପେଶାଲ ଟିମ୍ ଏହି ଘଟଣାର ତଦନ୍ତ କରୁଛି। ସୁଙ୍କି ହେଉଛି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳ। ତେବେ ଭୋର୍‌ ସମୟରେ ପୋଲିସ୍ ଓ ସ୍ପେଶାଲ ସ୍ୱାଡ୍‌ର ମିଳିତ ଚଢାଉରେ ସେମାନଙ୍କୁ ଧରିଥିଲେ। ଏଥିରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଳି ନୋଟ୍‌ ଥିଲା।

ଛତିଶଗଡ଼ର ସ୍ପେଶାଲ ସ୍କାଡ୍‌ ଚେଟିଂ କରୁଥିବା ସମୟରେ ସେମାନଙ୍କୁ ୪ ଟ୍ରଲି ବ୍ୟାଗ୍ ମିଳିଥିଲା। ତାହା ସବୁ ଲକ୍‌ ଥିଲା। ଯାଞ୍ଚ କରିବା ପରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ମିଳିଥିଲା। ୧୫୮୦ଟି ପାଞ୍ଚ ଶହ ଟଙ୍କିଆ ବିଡା ରହିଥିଲା। ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଛି ଯେ ରାୟପୁରରେ ଏହାର କଲର୍‌ ପ୍ରିଣ୍ଟିଂ ଜେରକ୍ସ ରହିଛି। ଏହାକୁ ରାୟପୁରରୁ ଭାଇଜାଗ୍ ନେଇକରି ଯାଉଥିଲେ। ସେହିଠାରେ ହିଁ ଜଣଙ୍କୁ ଜେଲିଭରୀ କରିବାର ଥିଲା।   ଏନେଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସମସ୍ତ ଅଭିଯୁକ୍ତ ଛତିଶଗଡ ରାଜ୍ୟର। ଏହାସହ ସେମାନଙ୍କ ଠାରୁ ୫ଟି ମୋବାଇଲ୍ ଓ ୩୭ ହଜାର ନଗଦ ଟଙ୍କା ଜବତ କରାଯାଇଛି।
-ବି. ଗୁଣ୍ଟୁପଲ୍ଲି, ଏସ୍‌ପି, କୋରାପୁଟ୍

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ ପାଓ୍ୱାର ପ୍ଲାଣ୍ଟର ଇଂଜିନିୟର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସେହି ପାଓ୍ୱାର ପ୍ଲାଣ୍ଟର ଶ୍ରମିକ ଓ ଡ୍ରାଇଭର। ଅଭିଯୁକ୍ତଙ୍କ ନିକଟକୁ ଅସଲି ୩୫ ହଜାର ଟଙ୍କା, ୫ଟି ମୋବାଇଲ ଓ କିଛି କାଗଜପତ୍ର ଜବତ ହୋଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି। ଗତବର୍ଷ ନଭେମ୍ବର ୨୬ରେ କୋରାପୁଟ ନନ୍ଦପୁର ଥାନା ଅଞ୍ଚଳରୁ ୩ ଲକ୍ଷ ୨୭ ହଜାର ଟଙ୍କାର ନକଲି ନୋଟ ଏସ୍‌ଟିଏଫ୍ ଜବତ କରିଥିଲା।

 

You might also like