ନକଲି ମୋବିଲ କାରଖାନା ଠାବ ; ୨ ଅଟକ , ମାଲିକ ଫେରାର

ବାଲେଶ୍ୱର  : ବାଲେଶ୍ୱର ଅରଡବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ସହଦେବଖୁଣ୍ଟା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି।

ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ନକଲି ମୋବିଲ କମ୍ପାନୀର ମାଲିକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

You might also like