୫ ନକଲି ପରୀକ୍ଷାର୍ଥୀ ଗିରଫ
ରାଉରକେଲା: ଶିଳ୍ପ ନିରାପତ୍ତା ସୁରକ୍ଷା ବଳ ବା CISF ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ହେଉଥିବାବେଳେ ରାଉରକେଲାରୁ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଜାଲ୍ ଡକୁମେଣ୍ଟ ଜରିଆରେ ପରୀକ୍ଷା ଦେଉଥିବା ଅଭିଯୋଗରେ ଗତକାଲି ରାଉରକେଲା ପୋଲିସ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି।
ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ ସାଇଟ୍ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରୁ ୧୫ ଜଣକୁ ପୋଲିସ ଗିରଫ କରିଛି। ବିହାର ରାଜ୍ୟରେ ଏହି ପରୀକ୍ଷାର୍ଥୀମାନେ ଜାଲ୍ ଭୋଟ ପରିଚୟପତ୍ର, ଜାଲ୍ ଆଧାର କାର୍ଡ ଜରିଆରେ ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଇପିସିର ୪୧୯ ଓ ୪୨୦ ଦଫାରେ ମାମଲା ରୁଜୁ କରିଛି। ଏହି ପରୀକ୍ଷାରେ ଆଉ କିଏ ଜାଲ୍ ଡକୁମେଣ୍ଟ୍ ଦେଇ ପରୀକ୍ଷା ଦେଇଛନ୍ତି କି ନାହିଁ ସେ ନେଇ ପୋଲିସ ତନାଘନା ଜାରି ରଖିଛି।