ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର; ପ୍ରଶାସନ ଚୁପ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବର୍ଷ ବର୍ଷ ଧରି ଚାଲିଛି ଗଣ୍ଡାଗଣ୍ଡା ବେଆଇନ ରୋଗ ନିରୂପଣ କ୍ଲିନିକ୍। ଦୁର୍ଭାଗ୍ୟର ବିଷୟ ହେଲା ଏହି କ୍ଲିନିକ୍‌ଗୁଡ଼ିକର ରିପୋର୍ଟ ଆଧାରରେ ହିଁ ହେଉଛି ରୋଗୀଙ୍କ ଚିକିତ୍ସା।

ମାଲକାନଗିରିରେ ରୋଗୀଙ୍କ ସହ ଏମିତି ସାଂଘାତିକ ଖେଳ ଚାଲିଛି । ଜିଲ୍ଲାର ଗ୍ରାମାଞ୍ଚଳ ହାଟରେ ଖୁଲମଖୁଲା ବିକ୍ରି ହେଉଛି ମେଡିସିନ୍।  ଏମିତିକି କୁନି ପିଲାଙ୍କୁ ଦେଉଛି ଇଂଜେକ୍ସନ ଦେଉଛନ୍ତି ନକଲି ଡାକ୍ତର।  ବିଭିନ୍ନ ରୋଗର ପରୀକ୍ଷା କରି ଏହି କ୍ଲିନିକ ଗୁଡ଼ିକ ଦେଉଛନ୍ତି ରିପୋର୍ଟ।

ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଏଭଳି ଅନେକ ବେଆଇନ କ୍ଲିନିକ୍ ଚାଲିଛି। ସବୁଦିନ ଶହ ଶହ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଏମାନେ। ତେଣୁ ଏଠାରେ ରୋଗୀଙ୍କୁ ଯେପରି କେବଳ ଭଗବାନ ହିଁ ଭରସା 

You might also like