ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ : ବିଭିନ୍ନ ନାମୀ କମ୍ପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ
ଭୁବନେଶ୍ୱର: ରାଜ୍ୟସାରା ନକଲି କାରବାରର ଚେର। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍ସନ୍ରେ ପଡ଼ିଯାଇଛନ୍ତି ଖାଉଟି। ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ମରଣ ମୁହଁକୁ ଠେଲି ଦେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି।
ଆଜି ଭୁବନେଶ୍ୱର ମଞ୍ଚେଶ୍ୱରରେ ପୁଣି ଏକ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସ ସଦଳବଳେ କାରଖାନା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ କରି ନକଲି ମୃଦୁ ପାନୀୟ କାରଖାନା ଠାବ କରିଛି ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍। ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି। ଯାଞ୍ଚ ପରେ ବିଭିନ୍ନ କମ୍ପାନୀ ନାଁରେ କାରଖାନାରେ ବିଭିନ୍ନ ପ୍ରକାରର ମୃଦୁ ପାନୀୟ ପ୍ରସ୍ତୁତ କରାଯାଉଥିଲା । ତେବେ ଏଠାରେ ନାମୀ କଂପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପୁଲିସ ବିପୁଳ ପରିମାଣର ମୃଦୁ ପାନୀୟ ସହ ସେଠାରୁ ମେସିନ, ବୋତଲ, ଲୋଗୋ ଓ ଅନ୍ୟ ସାମଗ୍ରୀ ଜବତ କରିଛି।
ରାଜଧାନୀରୁ ନକଲି କୋଲଡ୍ରିଙ୍କ୍ସ କରାଖାନା ଠାବ ହୋଇଛି । ନାମୀ କମ୍ପାନୀର ଷ୍ଟିକର ବ୍ୟବହାର କରାଯାଇ ବିଭିନ୍ନ କୋଲଡିଙ୍କ୍ସ ତିଆରି କରାଯାଉଥିଲା। #ColdDrinks #Bhubaneswar #Odisha pic.twitter.com/qOVyr6CTYh
— ଓଟିଭି (@otvkhabar) February 2, 2021
ତେବେ ଏଇ କିଛି ଦିନ ତଳେ ରାଜଧାନୀ ଉପକଣ୍ଠ ପାହାଳରୁ ଧରା ପଡ଼ିଥିଲା ଖାଦ୍ୟ ନାଁରେ ବିଷ ବେପାରର ବଡ଼ କାରସାଦି। ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଆଚାର ଓ ସସ୍ ଭଳି ଖାଦ୍ୟ ସାମଗ୍ରୀ। ଏହାପୂର୍ବରୁ ଏୟାରଫିଲ୍ଡ ଥାନା ଅଞ୍ଚଳରେ ବି ଠାବ ହୋଇଥିଲା ନକଲି ଘିଅର ବଡ଼ କାରଖାନା। ସେହିଭଳି କଟକରୁ ଏବେ ଦୈନିକ ଖୋଲିବାରେ ଲାଗିଛିି ନକଲି ମାଲର ଅସଲି ଭଣ୍ଡାର।
ଏପଟେ ଭେଜାଲ କାରାବର ନେଟ୍ଓ୍ୱର୍କ ପୂରା ରାଜ୍ୟକୁ ବ୍ୟାପିଥିବାରୁ ଚିନ୍ତାରେ ରାଜ୍ୟ ଶିଳ୍ପ ଓ ବ୍ୟବସାୟ ସଂଘ। ଏଣେ ସାଧାରଣ ଖାଉଟି ଅସଲି-ନକଲି ଜାଣିବା ମୁସ୍କିଲ ହୋଇଥିବାରୁ ଏସବୁ ସମଗ୍ରୀ ରୋଗ ସୃଷ୍ଟିର ମୂଳ କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
#ନକଲି_ମୃଦୁ_ପାନୀୟ_କାରଖାନା
ଭୁବନେଶ୍ୱର ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ
ଚଢ଼ାଉ କରି ଠାବ କଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ଼
ବିଭିନ୍ନ ନାମୀ କଂପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ#Odisha #Bhubaneswar pic.twitter.com/NmXLhST8XM— ଓଟିଭି (@otvkhabar) February 2, 2021