ବ୍ରହ୍ମପୁରରେ ନକଲି କୋଲଡ୍ ଡ୍ରିଙ୍କସ କାରବାର,ପାଣିରେ ଏସେନ୍ସ ଓ ରଙ୍ଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିବା ଅଭିଯୋଗ

ନକଲି କୋଲଡ୍ ଡ୍ରିଙ୍କସ କାରବାର

ପାଣିରେ କିଛି ଏସେନ୍ସ ଓ ରଂଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିଲା

ବିନା ଲାଇସେନ୍ସରେ କାରବାର ଚାଲିଥିବା ଅଭିଯୋଗ

ଲକ୍ଷାଧିକ ଟଙ୍କାର ମେସିନ ଜବତ

ବ୍ରହ୍ମପୁର : କଟକ ପରେ ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ କାୟା ମେଲାଇଛି  ନକଲି କାରବାର ।   ବ୍ରହ୍ମପୁର ସଦରଥାନା ପୋଲିସ ପକ୍ଷରୁ ସୁକୁଣ୍ଡା ଗାଁରୁ ନକଲି କୋଲଡ୍ ଡ୍ରିଙ୍କସ କାରଖାନା ଠାବ କରିଛି । ଏଠାରେ ପାଣିରେ କିଛି ଏସେନ୍ସ ଓ ରଙ୍ଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ବିନା ଲାଇସେନ୍ସରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି ଘଟଣାସ୍ଥଳରୁ ନକଲି କୋଲ୍ଡ ଡ୍ରିଙ୍କ୍ସ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ମେସିନ ମଧ୍ୟ ଜବତ ହୋଇଛି।

ବ୍ରହ୍ମପୁର ସହର ଦୀର୍ଘଦିନ ହେଲା ନକଲି କାରବାରର ଠିକଣା ପାଲଟିଛି । ବଜାରରେ ଭେଜାଲ ମାଲ୍‌ ହାଉଯାଉ ହେଉଛି। ଯେଉଁଆଡ଼େ ଦେଖିବ ନକଲି, ଯାହା ଦେଖିବ ନକଲି । ପାଣି ଟୋପାକ ବି ନକଲି ବିକ୍ରି କରାଯାଉଛି। କେବେ ନକଲି ସସ୍ ତ କେବେ ନକଲି ମସଲା ଜବତ କରାଯାଉଛି । ଗତ ୨୧ ତାରିଖରେ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଥିଲା । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଥିଲା । ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ମଧ୍ୟ ଜବତ ହୋଇଥିଲା । କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା ନିଜେ ପ୍ରକାଶ କରିଥିଲେ । ରାଜ୍ୟରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ଏବେ ରାଜ୍ୟ ପୋଲିସର ଚିନ୍ତାର କାରଣ ସାଜିଛି ।

You might also like