ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି : ଚିରଂଜୀବ ବିଶ୍ୱାଳ

ଖୋର୍ଦ୍ଧା : ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି। ଏଭଳି ଆଚରଣ ଯୋଗୁଁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି ,କ୍ଷମତା ଦେଉନାହାନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ।

ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ସେ। ଏହାସହ ସେ କହିଛନ୍ତି, ଏବେ ଦଳ ଏକ ହୋଇସାରିଛି। ଆଗକୁ ସରକାର ମଧ୍ୟ ଗଢିବ। ୨୦୧୯ରେ କଂଗ୍ରେସ ଶାସନକୁ ଆସିଲେ କୃଷି ଋଣ ଛାଡ କରିବା ସହ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବୃଦ୍ଧି କରିବ।

ଜିଲ୍ଲା ସଭାପତି ସୁର ରାଉତରାୟଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। ଏହି ଅବସରରେ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇଥିଲା।

You might also like