ମାଲକାନଗିରିରେ ବନ୍ୟା ପରିସ୍ଥିତି; ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ
ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ଗତକାଲିଠୁ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପୋଲ ଉପରେ ପ୍ରାୟ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ସେହିପରି କାଙ୍କରକୋଣ୍ଡା, mv 90 ନିକଟରେ ଥିବା ପୋଲ ଉପରେ ମଧ୍ୟ ୪ ରୁ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ମୋଟୁକୁ ଯାତାୟାତ ବନ୍ଦ ରହିଛି।
କନ୍ୟାଶ୍ରମ ନିକଟରେ ମଧ୍ୟ ପାଣି ବଢ଼ି ଥିବାରୁ କାଲିମେଳାରୁ ପଡିଆକୁ ଯାତାୟାତ ବାଧାପ୍ରପ୍ତ ହୋଇଛି। ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ପକ୍ଷରୁ ସତର୍କ ଦୃଷ୍ଟି ରଖା ଯାଇଛି।