ବର୍ଷା ଯୋଗୁ ବାତିଲ ହେଲା ଏହିସବୁ ଟ୍ରେନ

ଭୁବନେଶ୍ୱର: ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦେଖି ଇଷ୍ଟ କୋଷ୍ଟ ରେଲୱେର ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି ।

ଆସନ୍ତାକାଲି ଭୁବନେଶ୍ୱର ଛାଡ଼ିବାକୁ ଥିବା ଭୁବନେଶ୍ୱର-ବିଶାଖାପାଟଣା ଏକ୍ସପ୍ରେସ ମଧ୍ୟ ବାତିଲ କରାଯାଇଛି। ଏହାଛଡ଼ା ଆଜି ଚଳାଚଳ କରିବାକୁ ଥିବା ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ ବାତିଲ ହୋଇଛି ।

You might also like