କାଲିଠୁ ରାଜ୍ୟରେ ଟିକାକରଣର ହେବ ଡ୍ରାଏ ରନ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ। ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି। ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିଥିଲେ। ଟିକାକରଣର ଡ୍ରାଏ ରନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡିଏମ୍ଇଟି କହିଛନ୍ତି।

ପୂର୍ବରୁ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ କୋଭିଡ ଟିକାର ଡ୍ରାଏ ରନ୍ କରାଯାଇଛି।  ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ କଥା ଶୁଣିବା ପରେ ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଟିକା ମିଳିବା ନେଇ ଆଶା ବଢ଼ିଛି।

ଟିକାକରଣ ପାଇଁ କଣ ରହିଛି ଗାଇଡଲାଇନ୍:-

ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ଟିକା ପାଇଁ Co-WIN ଆପ୍‌ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।

ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ୬୦ କୋଟି ଟିକା ଡୋଜ୍ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।

ଓଡ଼ିଶାରେ ବ୍ରିଟେନ୍ ଷ୍ଟ୍ରେନ୍‌ ରହିଛି କି ?

ସେପଟେ ଓଡ଼ିଶାରେ ନାହିଁ ବ୍ରିଟେନ ଷ୍ଟ୍ରେନ୍। ଏକଥା ଆଜି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସୂଚନା ଦେଇଛନ୍ତି ଯେ, ବ୍ରିଟେନରୁ ଯେତିକି ଲୋକ ଆସିଥିଲେ, ପ୍ରାୟ ସମସ୍ତଙ୍କୁ ଚିହ୍ନଟ କରାଯାଇସାରିଛି। ଯେଉଁମାନଙ୍କର ପଜିଟିଭ ଥିଲା, ଷ୍ଟ୍ରେନ ଚିହ୍ନଟ ପାଇଁ ପଠାଯାଇଥିଲା। ଏଯାଏ ଯେତିକି ଟେଷ୍ଟ ହୋଇଛି ସେଥିରେ ବ୍ରିଟେନ ଷ୍ଟ୍ରେନ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS।

You might also like