ନିଶାସକ୍ତ ଅବସ୍ଥାରେ ୨ ସହକର୍ମୀଙ୍କୁ ଆକ୍ରମଣ କଲେ ଓ୍ୱାର୍ଡର

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ଜଣେ ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ଓ୍ୱାର୍ଡର ୨ ସହକର୍ମୀଙ୍କୁ ବାଡ଼େଇ ଥିବା ଅଭିଯୋଗ ହୋଇଛି।

ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ୍ ଓ୍ୱାର୍ଡର ଅଶୋକ ଥାଟିଙ୍କୁ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଘଟଣାକୁ ନେଇ ଜେଲ ଅଧିକ୍ଷକ ଅଶୋକଙ୍କୁ ନିଲମ୍ବନ କରିଛନ୍ତି।

You might also like