ନିଶା ଦେଇ ମୋବାଇଲ, ପର୍ସ ଲୁଟ୍ କଲେ

ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ। ଲୁଟର ଶୀକାର ଛାତ୍ରଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିର ଛାତ୍ର। ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ ଦୁର୍ବୃତ୍ତ। ଏହାପରେ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ ପଛପଟେ ପକାଇଦେଇଥିଲେ।

ତାଙ୍କଠୁ ମୋବାଇଲ ସହ ପର୍ସ ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପୀୟୁଷଙ୍କ ବାପା। ଏହି ଲୁଟରେ ୩ ଜଣ ଯୁବକଙ୍କ ସଂପୃକ୍ତି ଥିବା ପୀୟୁଷଙ୍କ ବାପା କହିଛନ୍ତି। ପୀୟୁଷଙ୍କୁ ମାଡ ମାରିବା ସହିତ ଅଚେତ କରିବା ପାଇଁ ବିଷାକ୍ତ ଔଷଧ ପିଆଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। 

You might also like