• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସମ୍ବଲପୁର: ନିଶା ବେପାରୀଙ୍କ ଫୋକସ୍‌ରେ ସମ୍ବଲପୁର ସହର। ସହରରେ ମାତିଛନ୍ତି ବ୍ରାଉନସୁଗର ବେପାରୀ ଓ ଟାର୍ଗେଟ୍‌ରେ କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀ। ସମ୍ବଲପୁରରୁ କୋଲକାତା ଓ ଝାଡ଼ଖଣ୍ଡକୁ ଲମ୍ବିଛି ଏହି ନେଟ୍ଓ୍ୱର୍କ। ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ମୋଡ୍‌ରେ ପୋଲିସ୍‌। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଇଣ୍ଟେଲିଜେନସ୍‌କୁ ଅଧିକ କ୍ରିୟାଶୀଳ କରାଯାଇଛି।

ବ୍ରାଉନସୁଗର ଚୋରା ଚାଲାଣ ହେଉଥିବା ଖବର ପାଇ ୨୦୨୧ ଜୁନ୍‌ ୬ରେ ସମ୍ବଲପୁର-ଝାରସୁଗୁଡା ରାସ୍ତାର ରେଙ୍ଗାଲି ନୂଆ ରମ୍ପେଲାଠାରେ ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଲି ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ କାର୍‌ରୁ ୬୨ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା।

ସେହିପରି ଗତ ଜୁନ୍‌ ୧୬ରେ ଟାଉନ ଥାନା ଅନ୍ତର୍ଗତ ଆଶାପାଲି ସ୍କୁଲ ଅଞ୍ଚଳରେ ପୋଲିସ୍‌ ରେଡ୍‌ କରି ୬.୩୪ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଏହି ମାମଲାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଥିଲା। ସେହିଦିନ ଦଲେଇପଡା ଅଞ୍ଚଳରୁ ମଧ୍ୟ ବ୍ରାଉନସୁଗର ସେବନ ଓ କାରବାର ଅଭିଯୋଗରେ ୨ ଜଣ ନାବାଳକଙ୍କୁ ପୋଲିସ୍‌ ଧରିଥିଲା। ସେମାନଙ୍କ ନିକଟରୁ ୧.୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଏହି ୩ଟି ଘଟଣାକୁ ଦେଖିଲେ ସମ୍ବଲପୁରରେ ବ୍ରାଉନସୁଗର ବେପାରୀ ସକ୍ରିୟ ଥିବା ଜଣାପଡ଼ୁଛି। ନିଶା ବେପାରୀମାନେ ନାବାଳକ ଓ ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରୁଥିବା ସମ୍ବଲପୁର ଏସ୍‌ପି କହିଛନ୍ତି।

ବ୍ରାଉନସୁଗର କାରବାର ବନ୍ଦ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବା ସହ ନିଶାସକ୍ତମାନଙ୍କୁ କାଉନସିଲିଂ କରିବା ଦରକାର ବୋଲି ନିଶା ଛାଡିଥିବା ଯୁବକମାନେ କହିଛନ୍ତି। ବିନୟ ପ୍ରଧାନ ନାମକ ଜଣେ ଯୁବକ ଇଞ୍ଜିନିୟରିଂ ପଢ଼ିବା ବେଳେ ସାଙ୍ଗ ମାନଙ୍କ ସହ ପଡ଼ି ନିଶା ସେବନ ଆରମ୍ଭ କରିଥିଲେ। ନିଶା ତାଙ୍କୁ ଏପରି ଆୟତ୍ତ କରିନେଲା ଯେ, ତାଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆଉ କାମ କଲା ନାହିଁ। କାଉନସେଲିଂ ଦ୍ୱାରା ୫ ବର୍ଷ ହେଲା ନିଶାମୁକ୍ତ ହେବା ପରେ ଏବେ ସେ ଏକ ନିଶାମୁକ୍ତି କେନ୍ଦ୍ର ଖୋଲିଛନ୍ତି। ଅନ୍ୟପକ୍ଷେ, ବାହାର ରାଜ୍ୟରୁ ବ୍ରାଉନସୁଗର ଆସୁଥିବା ବେଳେ ଏହାର ମୂଳ ଯାଏ ପହଞ୍ଚି ନିଶା କାରବାର ବନ୍ଦ କରିବାକୁ ପ୍ରୟାସ କରାଯିବ ବୋଲି  ସମ୍ବଲପୁର ଏସ୍‌ପି କହିଛନ୍ତି।

Drug-dealers-targeted-youth-and-students-of-sambalpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories