ଓଡ଼ିଶାକୁ ଆଉ ଏକ ବିପଦ !

ଭୁବନେଶ୍ୱର: କରୋନା ମହାମାରୀ ବେଳେ ଓଡ଼ିଶାକୁ ଆଉ ଏକ ବିପଦ ଆସୁଛି। ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ତେଣୁ ଏହି ୧୧ଟି ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି।

ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ କମ୍‌ ବର୍ଷା ହୋଇଛି। ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି।

ଅନ୍ୟପକ୍ଷରେ, ନୂଆପଡ଼ା, ଗଜପତି, ବୌଦ୍ଧ, ମାଲକାନଗିରି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡା, ସମ୍ବଲପୁର, ବଲାଙ୍ଗିର, ବରଗଡ, ଅନୁଗୁଳ, ଦେବଗଡ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଝାରସୁଗୁଡା ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

You might also like