• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ରାୟଗଡ଼ା: ଚାଷ କାମରେ ଅତ୍ୟାଧୁନିକ ଡ୍ରୋନ୍‌ର ବ୍ୟବହାର। ଔଷଧ ସିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା  ସବୁକିଛି ହୋଇପାରିବ ଡ୍ରୋନ୍‌ ମାଧ୍ୟମରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ରାୟଗଡା ଜିଲ୍ଲା ଗୁଡାରୀ ବ୍ଳକ୍‌ର ସନ୍ୟାସୀଗୁଡାର ପି. ବାବୁ ରାଓ ଏମିତି ଏକ ନୂତନ ଡ୍ରୋନ୍‌ ତିଆରି କରିଛନ୍ତି। ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ବିନିମୟରେ ସେ ଏହି ଅତ୍ୟାଧୁନିକ ଡ୍ରୋନ୍‌ ସ୍ପ୍ରେ ମେସିନ୍ ତିଆରି କରିଥିବାବେଳେ, ନୂତନ ଏହି ମେସିନ୍‌କୁ ନେଇ ସେ ବେଶ୍‌ ଚର୍ଚ୍ଚିତ।

କୃଷି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଏହି ଡ୍ରୋନ୍‌ ମେସିନ୍‌ ଦ୍ୱାରା ଔଷଧ ସିଞ୍ଚନ, ପାଣି ସିଞ୍ଚନ, ଧାନ ଓ ସାର ମଧ୍ୟ ବୁଣା ହୋଇପାରିବ। ଦିନକୁ ଦିନ ଚାଷ କ୍ଷେତ୍ରରେ କାମ କରିବା ଲାଗି ମୂଲିଆଙ୍କ ଅଭାବ ଲାଗି ରହିଥିବାରୁ ଏହି ମେସିନ୍‌ ଚାଷ କାର୍ଯ୍ୟରେ ବେଶ୍‌ ସହାୟକ ହେବ ବୋଲି  ବାବୁ ରାଓ ଆଶା ରଖିଛନ୍ତି।

ପିଲାବେଳୁ ପାଠ ପଢା ସହ ଚାଷ ପ୍ରତି ସେ ଆଗ୍ରହ ରଖିଥିଲେ। ଗ୍ରାଜୁଏସନ୍ ଓ ପରେ ଆନ୍ଧ୍ରପ୍ରଦେଶରୁ ବିଇଡି ପାସ୍ ପରେ ଚାକିରୀ ନମିଳିବାରୁ ଚାଷ ପ୍ରତି ଆଗ୍ରହ ବଢାଇଥିଲେ। ବିଦେଶରେ ଡ୍ରୋନ୍‌ ସାହାଯ୍ୟରେ ଔଷଧ ସିଞ୍ଚନ କରାଯାଉଥିବା ୟୁଟ୍ୟୁବ୍‌ରେ ଦେଖିବା ପରେ ଏହି ଭିଡିଓ ବାବୁ ରାଓଙ୍କୁ ଦେଇଥିଲା କିଛି ନୂଆ କରିବାର ଇଚ୍ଛା।

ଏହାପରେ ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ବିନିମୟ କରି ସେ ଅତ୍ୟାଧୁନିକ ଡ୍ରୋନ୍‌ ମେସିନ୍ ତିଆରି କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୨୦ମାସ ସମୟ ଲାଗିଥିବା ସେ କହିଛନ୍ତି। ଏହି ମେସିନ୍ ଦ୍ୱାରା ଚାଷୀ ମଧ୍ୟ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

https://youtu.be/MzHXQtmuZ7c

Drone-used-in-agriculture
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories