କରୋନା ହଟ୍‌ସ୍ପଟ୍ ଉପରେ ନଜର ରଖିଛି ଡ୍ରୋନ୍

ପୁରୀ: ପୁରୀ କରୋନା ହଟ୍‌ସ୍ପଟ୍ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି।

ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି। ସେହି ଗାଡ଼ିରେ ବେଆଇନ୍ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟ ଚାଲାଣ କରାଯାଉଥିବା ମଧ୍ୟ ଖବର ଆସିଛି। ଏଥିସହ ପେଣ୍ଠକଟା ଅଞ୍ଚଳରେ ଯେଉଁ ଦୋକାନଗୁଡ଼ିକ ଖୋଲୁଛି, ସେଠାରେ ଲୋକମାନେ ଏକତ୍ରିତ ହେଉଛନ୍ତି। ସାମାଜିକ ଦୂରତ୍ୱ ବଜାୟ ନରହିଲେ, କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏକ ଟିମ୍ ଗଠନ କରାଯାଇଛି।

ଏହି ଟିମ୍ ଲୋକଙ୍କୁ ତାଗିଦ୍ କରୁଛନ୍ତି। ବଡ଼ଦାଣ୍ଡରେ ମଧ୍ୟ ଡ୍ରୋନ୍ କ୍ୟାମେରା ବୁଲି ଭିଡିଓ ଉତ୍ତୋଳନ କରୁଛି। ଆଜି ସୁଦ୍ଧା ପୁରୀ ସହରରୁ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପେଣ୍ଠକଟା ଅଞ୍ଚଳରୁ ୪୭ ପଜିଟିଭ୍ ବାହାରିଛି।

You might also like