କୋଣାର୍କ ମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ କ୍ୟାମେରା

କୋଣାର୍କ : କୋଣାର୍କ ମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଡ୍ରୋନ୍ କ୍ୟାମେରା ଉଡ଼ାଇବା ଅଭିଯୋଗରେ ୨ ରୁଷୀୟ ପର୍ଯ୍ୟଟକଙ୍କୁ ଅଟକ ରଖିଲା ପ୍ରତ୍ନତତ୍ତ୍ୱ ବିଭାଗ। ଆଜି ଦିନ ସାଢ଼େ ୧୦ଟା ସମୟରେ ଉଭୟେ କୋଣାର୍କ ବୁଲି ଆସିଥିବା ବେଳେ ମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡ଼ାଉ ଥିଲେଷ

ଖବର ପାଇ ଏଏସଆଇ କର୍ମଚାରୀ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ସହ କ୍ୟାମେରାରୁ ଭିଡିଓ ଡିଲିଟ କରିବା ପରେ ଉଭୟଙ୍କୁ ଛଡା ଯାଇଥିଲା ।

You might also like