ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ବ୍ରହ୍ମପୁର: ଦୁର୍ଘଟଣା ପରେ ଟିପ୍ପର ଡ୍ରାଇଭରକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା ପାଟପୁର ଡେଙ୍ଗାଡି ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସଂପୃକ୍ତ ଡ୍ରାଇଭର ଜଣକ ଦ୍ରୁତଗତିରେ ଟିପର ଚଲାଇ ଆସୁଥିଲେ। ସେହି ଟିପ୍ପର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଆଡ଼ପଡ଼ା ଗ୍ରାମର କାହ୍ନୁ ଚରଣ ଲେଙ୍କା।

ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ସଂପୃକ୍ତ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ପାଟକୁରା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଡ୍ରାଇଭର ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ଉତ୍ତ୍ୟକ୍ତ ଲୋକଙ୍କ ନିକଟରୁ ବର୍ତ୍ତିପାରିନଥିଲା।

ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଭର୍ତ୍ତି କରିଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ଲୋକ ପକ୍ଷରୁ 3ଟି ସ୍ଥାନରେ ରାସ୍ତାରୋକ କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

You might also like