ଗାଡ଼ିରେ ଲେଖିଥିଲେ ଏମିତି; ଫାଇନ୍‌ କଲା ଟ୍ରାଫିକ୍

ଖୋର୍ଦ୍ଧା: ସଂଶୋଧିତ ମୋଟର ଯାନ ଆଇନ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଛି ଚାଲିଛି।  ଏଭଳି ସ୍ଥଳେ ଗାଡିରେ ଫ୍ୟାନସି ନମ୍ବର ଲେଖି ଗତକାଲି ତଣ୍ଡ ଗଣିଛନ୍ତି ଜଣେ ଚାଳକ।

ଏହି ଗାଡିର ନମ୍ବର ପ୍ଲେଟ ଉପରେ ଫ୍ୟାନସି ନମ୍ବର ସହ ନମ୍ବର ଉପରକୁ ଲେଖାଅଛି ଟାଉନ ଟାଇଗର।  ଯାହା ଟ୍ରାଫିକ ନିୟମର ଉଲ୍ଲଂଘନ। ଏଥିପାଇଁ ସମ୍ପୃକ୍ତ ଚାଳକ ଜଣକ ୫ଶହ ଟଙ୍କାର ଫାଇନ ଦେଇଛନ୍ତି। ଚାଳକ ଜଣକ ଘର ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ।

ଖୋଦ୍‌ ଟ୍ରାଫିକ ଡିସିପି ସାଗରିକା ନାଥ ଏନେଇ ଟ୍ୱିଟ୍ କରିଛନ୍ତି। ଫ୍ୟାନସି ନମ୍ବର ଆଇନ ସମ୍ମତ ନୁହେଁ, ତାସହ ଏଭଳି ନମ୍ବର ପ୍ଲେଟ ବ୍ୟବହାର ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ।

ଆହୁରି ପଢ଼ନ୍ତୁ

You might also like