ଏବେଠୁ ଭୟଙ୍କର ହେଲାଣି ଜଳସମସ୍ୟା, ପାଣି ନେବା ଲାଗି ଲାଗୁଛି ଲମ୍ବା ଲାଇନ୍‌

ଖରା ଆରମ୍ଭରୁ ପାଣି ଚିନ୍ତା

ବାଲେଶ୍ୱର: ଖରା ଆରମ୍ଭରୁ ପାଣି ଚିନ୍ତା। ଟାଇଁ ଟାଇଁ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ଖରାଦିନ ଆସିବା ମାତ୍ରେ ସବୁଠି ଜଳ ଜଳ ଦିଶୁଛି ସରକାରୀ ଉଦାସିନତାର ବିକଳ ଚିତ୍ର। ବାଲେଶ୍ୱର ଜିଲ୍ଲା ରେମୁଣା ଓ ଭୋଗରାଇ ବ୍ଲକରେ ବି ପାଣି ସମସ୍ୟା ଦେଖାଦଇଛି। ଷ୍ଟାଣ୍ଡପୋଷ୍ଟ ଆଗରେ ଗରା, ବାଲଟି ଭିଡ ଦେଖିବାକୁ ମିଳିଛି। ପାଳି ପଡିଲେ ପାଣି ମିଳିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଲେପର୍ସି କଲୋନୀ ତଳସାହିର ଇମିତି ଦୃଶ୍ୟ ନିତିଦିନିଆ ଦେଖିବାକୁ ମିଳୁଛି। ପାଣି ପାଇଁ ସବୁବେଳେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ସାହିରେ ଗୋଟିଏ ମାତ୍ର ହ୍ୟାଣ୍ଡପମ୍ପ ରହିଛି। ଆଉ ସେଥିରେ ବାହାରୁଛି ଦୂଷିତ ପାଣି। ୮ ବର୍ଷ ତଳେ ପମ୍ପ ହାଉସ୍ ତିଆରି ହୋଇଥିଲା, ଟ୍ୟାପ ବି ଲାଗିଥିଲା ହେଲେ ସବୁ ଅଚଳ ହୋଇଗଲାଣି। ଏକମାତ୍ର ଷ୍ଟାଣ୍ଡ ପୋଷ୍ଟ ଉପରେ ଏବେ ସମସ୍ତଙ୍କ ଭରସା ରହିଛି। ଏଥିରୁ ବି ଏବେ ଧିରେ ଧିରେ ପାଣି ଆସୁଛି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଲୋକେ।

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ପାଣି ଅସୁବିଧା କାରଣରୁ ଲୋକମାନେ ବାହାରକୁ ବି ଯାଇପାରୁନାହାନ୍ତି। ପାଣି ପାଇଁ ଆମେ ଅନେକ ହଇରାଣ ହେଉଛୁ। ସରକାର ପାଣି ତାର ୮ ରୁ ୧୦ ବର୍ଷ ହେଲାଣି ସେମିତି ପଡିକି ରହିଛି କିନ୍ତୁ କିଛି ଲାଭ ହେଉନାହିଁ। ପ୍ରଶାସନ ବି ଆମ କଥା ଶୁଣୁନାହିଁ। ସମସ୍ତେ ଆସୁଛନ୍ତି, ଦେଖିକି ଯାଉଛନ୍ତି କିନ୍ତୁ କିଛି କରୁନାହାନ୍ତି ବୋଲି ଅଭିଯୋଗ କରିବା ସହ କେବଳ ନିର୍ବାଚନ ସମୟରେ ଆସିକି ଆମେ ସବୁ କରିଦେବୁ ବୋଲି କହୁଛନ୍ତି ହେଲେ କାମ କିଛି ନାହିଁ ବୋଲି କହିଛନ୍ତି।

ଏହାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟ ବି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ। ସେ କହିଛନ୍ତି, ଲୋକମାନେ ଲାଇନ୍‌ କରିଛନ୍ତି କିନ୍ତୁ ପାଣି ପାଉନାହାନ୍ତି। ମେଗା ପ୍ରକଳ୍ପ ଆସିଛି ବୋଲି କହୁଛନ୍ତି କିନ୍ତୁ କିଛି ହେଉନାହିଁ ବୋଲ ସେ କହିଛନ୍ତି।

ରେମୁଣା ଭଳି ଭୋଗରାଇ ବ୍ଲକରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ପାଇଁ ଏଠି ବି ଲୋକେ ଡହଳ ବିକଳ ହେଉଛନ୍ତି। ୨୦୧୭ରେ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ। ଲକ୍ଷ୍ୟ ଥିଲା, ଫ୍ଲୋରାଇଡ ଯୁକ୍ତ ପାଣି ବଦଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଡେଡଲାଇନ୍ ୨୦୧୯ ରଖାଯାଇଥିଲେ ମଧ୍ୟ ୩ ବର୍ଷ ହେଲା ପାଣିର ଦେଖାନାହିଁ। ଅଧପନ୍ତରିଆ ପଡିଛି ପ୍ରକଳ୍ପ କାମ ଖୋଦ ସ୍ଥାନୀୟ ବିଧାୟକ ବି ସମସ୍ୟାକୁ ସ୍ୱୀକାର କରିଛନ୍ତି।

You might also like