ପାନୀୟ ଜଳ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା

ବର୍ଷା ଦିନେ କାମ ଦେଉନି ସୋଲାର୍ ପମ୍ପ, ପାନୀୟ ଜଳ ପାଇଁ ପୋଖରୀ ଉପରେ ଗାଁଲୋକଙ୍କ ଭରସା

ଛତ୍ରପୁର (ଆଲୋକ ଗଉଡ) : ଗରାଏ ପାଣି ପାଇଁ ଲମ୍ବା ଧାଡ଼ି। ୪ଟି ନଳକୂପରୁ ୨ଟି ଅଚଳ, ଗୋଟିଏରୁ ବାହାରୁଛି ଗୋଳିଆ ପାଣି। ଅନ୍ୟଟିରେ ସୋଲାର ପମ୍ପ ଲାଗିଥିଲେ ବି ଟିକିଏ ମେଘୁଆ ପାଗ ହେଲେ ଏହା ବନ୍ଦ।

ଫଳରେ ଗାଁରେ ଥିବା ଏକମାତ୍ର ପୋଖରୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ସ୍ଥାନୀୟ ବାସିନ୍ଦା।  ଗଞ୍ଜାମ ପୁରୁଷୋତ୍ତମପୁର ବାସୁଦେବପୁର ଗାଁରେ ସକାଳ ହେଲେ ଲୋକଙ୍କୁ ଘାରିଥାଏ ପାଣି ଚିନ୍ତା। 

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି ବାସୁଦେବପୁରବାସୀ। ହେଲେ ପ୍ରସାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ସେପଟେ, ସମସ୍ୟାର ବିକଳ୍ପ ସମାଧାନ ଖୁବଶୀଘ୍ର ବାହାର କରାଯିବ ବୋଲି କହିଛନ୍ତି ପୁରୁଷୋତ୍ତମପୁର ବିଡ଼ିଓ।

ଆହୁରି ପଢ଼ନ୍ତୁ

ପୁଅ ସହିଦ ହେବାର ୨୦ ବର୍ଷ ପରେ ବି ଶୁଖିନି ମା’ ଆଖିର ଲୁହ

ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା ; ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ

ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ ପରିସର ; ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ

‘ସୁପର-୩୦’ର ଜଣେ ଛାତ୍ରଙ୍କ କାହାଣୀ: ଦୋକାନରେ କାମ କରୁଥିଲେ, ଏବେ ମାସିକ ରୋଜଗାର ଲକ୍ଷାଧିକ ଟଙ୍କା

ଯେଉଁ ଫଟୋ ଦେଇଥିଲା ସଫଳତା, ସେଇ ଫଟୋ ନେଲା ଜୀବନ

କୁନି ଝିଅଙ୍କ ଇଜ୍ଜତ ଲୁଟିଲେ ଆଶ୍ରୟଦାତା !

ସୋଶାଲ୍‌ ମିଡିଆରେ ନାଗ ସହ ଷ୍ଟଣ୍ଟ ଘଟଣାରେ ଫିଟୁଛି ଗୁମର

ଦେଶର ପ୍ରଥମ ଏଡ୍‌ସ ରୋଗୀ, ଯାହାଙ୍କ ପାଇଁ ବଦଳି ଯାଇଥିଲା ଆଇନ୍‌

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

You might also like