ମଦ ବିକ୍ରି କରି ଜେଲ ଯାଇଥିଲେ; ବାହାରିଲା ପରେ ଜେଲ ଆଗରେ ମଦ ପିଇଲେ, ଫୁଲମାଳ ପିନ୍ଧିଲେ

ବଲାଙ୍ଗିର: ବଲାଙ୍ଗିରରେ ସୋସିଆଲ୍ ମିଡିଆରେ ଏବେ ଜଣେ ବେଆଇନ ମଦ ବ୍ୟବସାୟୀଙ୍କ କାରନାମାକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଯିଏ ଦିନେ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲରୁ ବାହାରିବା ପରେ କରାଯାଇଛି ସେଲିବ୍ରେସନ।

ମଦ ବ୍ୟବସାୟୀଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ। ସହରରେ ବେଆଇନ ମଦ ବିକ୍ରୀ ଅଭିଯୋଗରେ ସେ ଜଣାଶୁଣା। ହେଲେ ଲକଡାଉନ ସମୟରେ, ପ୍ରମୋଦ ଘର ଉପରେ ଦୁଇରୁ ତିନିଥର ଛାପା ମାରିଥିଲା ବଲାଙ୍ଗିର ଅବକାରୀ ବିଭାଗ। ଆଉ ୭୦ ବୋତଲ ବିଦେଶୀ ମଦ ଜବତ କରିବା ସହିତ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ହେଲେ ଗିରଫର ଦୁଇ ରାତି ପରେ ଜେଲରେ ବାହାରିଥିଲେ ବାବୁ ଜଣକ। ଆଉ ଜେଲ୍‌ରୁ ବାହାରିବା ପରେ ଆରମ୍ଭ ହୋଇଗଲା ମଦ ସେଲିବ୍ରେସନ୍। ତାହାବି ପୁଣି ଜେଲ ଆଗରେ। ପ୍ରମୋଦଙ୍କ ବନ୍ଧୁମାନେ ତାଙ୍କୁ ବେକରେ ଫୁଳମାଳ ପକାଇ, ବିଦେଶୀ ମଦ ପିଆଇ ଫୁଲ୍ ସେଲିବ୍ରେସନ କରିଥିଲେ ଜେଲ୍ ସାମ୍ନାରେ।

ତେବେ ଏନେଇ ଅବକାରୀ ବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ବି ଏହି ଫଟୋ କିନ୍ତୁ ସୋସିଆଲ ମିଡିଆରେ ଧୂମ୍ ଭାଇରାଲ୍ ହେଉଛି।

You might also like