ନୂଅାପଡ଼ା : କୋର୍ଟ ପାଚେରୀ ଡେଇଁ ଦୁର୍ଦ୍ଦାନ୍ତ ମାଓବାଦୀ ଚମ୍ପଟ । ନୂଅାପଡ଼ା SDJM କୋର୍ଟ ପାଚେରୀ ଡେଇଁ ଖସି ପଳାଇଛି ମାଓବାଦୀ ମନୋଜ ମାଡ଼କାମୀ। ମନୋଜ ଛତିଶଗଡ଼ ବିଜାପୁର ଜେଲରୁ ହାଜର ପାଇଁ କୋର୍ଟ ଅାସିଥିଲା । ତେବେ ପୁଲିସକୁ ଧକ୍କା ମାରି ସେ ଛୁ କରିଥିବା ଜଣାପଡ଼ିଛି।
ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନ ମାଓବାଦୀ ମନୋଜ ଗତ ମେ ୩୦ ତାରିଖରେ ଗିରଫ ହୋଇଥିଲା। ମନୋଜ ନାଁରେ ଓଡ଼ିଶା ଏବଂ ଛତିଶଗଡ଼ରେ ବହୁ ମାମଲା ରହିଛି। ମନୋଜକୁ ଧରାଇ ଦେବାକୁ ୪ ଲକ୍ଷର ପୁରସ୍କାର ଘୋଷଣା ଥିଲା। ମନୋଜ ଖସିଯିବା ପରେ ଏବେ ତାକୁ ଧରିବା ଲାଗି ତନାଘନା ଅାରମ୍ଭ ହୋଇଛି।
Published By: Odishatv Bureau
Last updated: 17 September 2018, 10:57 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।