ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଆହତ

କେନ୍ଦ୍ରାପଡ଼ା: ଜିଲ୍ଲା ରାଜନଗର କୁରୁଣ୍ଟି ଛକରେ ଏନ୍‌ଉଣ୍ଟର୍‌ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସଂଜୟ ବିଶ୍ୱାଳ ଓରଫ୍ ବାବୁ ଗୁରୁତର ଆହତ ହୋଇଛି। ଗୁଳିଟି ବାମ ଗୋଡ଼ରେ ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ରାଜନଗର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି କଣ୍ଡିରା ଗ୍ରମାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସଂଜୟ ମୁଖ୍ୟ ଅଭିଯୁକ୍ତ ଥିଲା। ପୁଲିସ୍‌ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଗତକାଲି ରତିରେ ଖସି ପଳାଉଥିବାବେଳେ ରାଜନଗର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ତାକୁ ଏନ୍‌କାଉଣ୍ଟର କରିଥିଲା।

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ସଂଜୟ ନାରେ ୧୦ରୁ ଅଧିକ ହତ୍ୟା ଓ ରାହାଜାନି ଭଳି ମାମଲା ରହିଥିବା ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

You might also like