• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଗଞ୍ଜାମ: ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡ଼ି ଢେପ ନିକଟରେ ପୁଲିସ୍‌ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଭାବେ ଆହତ ହୋଇଛି।

ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ମଣିକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମଣିର ଘର ନୟାଗଡ଼ ଜିଲ୍ଲା ରଣପୁରରେ ବୋଲି ଜଣାପଡ଼ିଛି। ଖଲ୍ଲିକୋଟ ବଡ଼ଘାଟିରେ ହୋଇଥିବା ଡକାୟତିରେ ସେ ସଂପୃକ୍ତ ଥିଲା। ଏହାସହ ତା ନାଁରେ ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି।

ତା’ ପାଖରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ଗୋଟିଏ ମୋଟର ସାଇକେଲ୍ ପୁଲିସ୍‌ ଜବତ କରିଛି।

Dreaded-criminal-injured-in-police-encounter-4
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories