ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ୍‌ର ଏନ୍‌କାଉଣ୍ଟର

ଅନୁଗୁଳ: ତାଳଚେରରେ ପୁଲିସ୍‌ର ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ ହୋଇଛି। ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ ପ୍ରଥମେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର  କରାଯାଇଛି।

ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଏନ୍‌କାଉଣ୍ଟର ହୋଇଛି।

ସୂଚନା ଅନୁସାରେ, ଲିଙ୍ଗରାଜ ଖଣି ନିକଟରେ ଅପରାଧ ପାଇଁ ବାଦଲ ଅନ୍ୟ ଜଣେ ଅପରାଧୀ ସହ ମିଶି ଯୋଜନା କରୁଥିବା ବେଳେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ବାଦଲ ପ୍ରଥମେ ଗୁଳି ଚାଳନା କରିଥିଲା। ଯାହାର ପାଲଟା ଜବାବ ପୁଲିସ୍‌ ଦେଇଥିଲା।

ବାଦଲର ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ଗାଁରେ। ବିଭିନ୍ନ ଅପରାଧିକ ମାମଲାରେ ତା’ର ସମ୍ପୃକ୍ତି ରହିଥିବା ପୁଲିସ୍‌ କହିଛି। ଏଥିସହ ବିଭିନ୍ନ ଥାନାରେ ମଧ୍ୟ ତା’ ନାଁରେ ମାମଲା ରହିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

You might also like