DRDOକୁ ଆଉ ଏକ ସଫଳତା, ଏଚ୍‌ଏସ୍‌ଟିଡିଭିର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDOକୁ ଆଉ ଏକ ସଫଳତା ମିଳିଛି। ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେଇକ୍ଲ ବା HSTDVର ସଫଳ ପରୀକ୍ଷଣ କରାଯାଇଛି। ଧାମରା ITR ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯାଇଛି।

ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଆଜି ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି। ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ କ୍ରୁଜ ମିସାଇଲକୁ ଏହି HSTDVରୁ ଟାର୍ଗେଟ କରିପାରିବ।

ସେହିପରି ଏହାର ସୁପରସୋନିକ ସ୍ପିଡ ଫ୍ଲାଇଟ ସାହାଯ୍ୟରେ ଅତି କମ ଖର୍ଚ୍ଚରେ ମହାକାଶରେ ଉପଗ୍ରହ ପ୍ରେରଣ ମଧ୍ୟ କରଯାଇପାରିବ। ଅର୍ଥାତ ଏହି ଭେଇକ୍ଲ ଦ୍ୱାରା କ୍ଷେପଣାସ୍ତ୍ରର ପରୀକ୍ଷଣ ଓ ଉପଗ୍ରହ ପ୍ରେରଣ ହୋଇପାରିବ।

ଏହି ସୁପରସୋନିକ ଭେଇକ୍ଲ ୧ ମେଟ୍ରିକ ଟନ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଧାରଣ କରିଛି। ଏହାସହ ସମୁଦ୍ର ପତ୍ତନଠାରୁ ପ୍ରାୟ ୩୨ କିଲୋମିଟର ଉଚ୍ଚତାରୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିବାରେ ସଫଳ ହେବ।

ଆହୁରି ପଢ଼ନ୍ତୁ

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା!

ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦହାରଣ ରଚିଲେ କମଳଲୋଚନ

You might also like