ଆଇସୋଲେସନ୍‌ ସେଣ୍ଟରରେ ମଦ ପିଉଥିଲେ, ବେଡ୍ ଉପରେ ଗପୁଥିଲେ; ତା’ ପରେ…

ପୁରୀ: କୋଭିଡ୍-୧୯ ଆଇସୋଲେସନ ସେଣ୍ଟରରେ ଥିବା ବେଡ୍ ଉପରେ ବସି ଗପସପ କରିବା ଓ ପରିସରରେ ବସି ମଦ ପିଇବା ହେଲା କାଳ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ଼ଡା ପଦକ୍ଷେପ ଗ୍ରହଣ କରାଯାଇଛି।

ଘଟଣାରେ ସଂମ୍ପୃକ୍ତ ଜିଆର୍‌ଏସ୍‌ଙ୍କୁ ଚାକିରିରୁ ବହିଷ୍କାର କରିଥିବାବେଳେ ପଞ୍ଚାୟତ ଅଫିସରଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂ। ଏହାସହ ବାହାରେ ମଦ ପିଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ନେଇ  ସୂଚନା ଦେଇଛନ୍ତି।

କିଛି ଦିନ ତଳେ କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡା ସାଇକ୍ଲୋନ ସେଣ୍ଟରରେ ଥିବା କୋଭିଡ-୧୯ ଆଇସୋଲେସନ ସେଣ୍ଟରରେ ଥିବା ବେଡ୍ ଉପରେ ବସି ଗପସପ କରୁଥିବା ଦୃଶ୍ୟ ଏବଂ ବାହାରେ ବସି ମଦ ପିଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ।

You might also like