ଡାକ୍ତରଖାନା ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଓ ଡ୍ରେନ ପାଣି

ପାଲଲହଡ଼ା: ଗତକାଲି ରାତିରେ  ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ଅବସ୍ଥା ବେହାଲ ହୋଇ ଯାଇଛି।  ବର୍ଷା ପାଣି ସହ ଡ୍ରେନ ପାଣି ଡାକ୍ତରଖାନା ପରିସରରେ ଲହଡ଼ା ଭାଙ୍ଗୁଛି। ଡାକ୍ତରଖାନାର ଆଉଟଡ଼ୋର,ୱାର୍ଡ, ଡ୍ୟୁଟି ରୁମ୍‌  ବର୍ଷା ଓ ଡ୍ରେନ ପାଣିରେ ବୁଡି ରହିଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ୱାର୍ଡ ଭିତରେ ପାଣି ପଶି ଯାଇଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ କରଯାଇଛି। ରୋଗୀଙ୍କ ସମ୍ପର୍କୀୟମାନେ ଅସନା ପାଣିରେ ଯିବାଆସିବା କରୁଛନ୍ତି। ଡାକ୍ତର ମଧ୍ୟ ପାଣିରେ ଚେୟାର ଉପରେ ବସି ରୋଗୀ ଦେଖୁଛନ୍ତି। ଡାକ୍ତରଖାନା ଭିତରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।

ସୂଚନାଥାଉ କି, ଡାକ୍ତରଖାନା ପାର୍ଶ୍ଵଦେଇ ଯାଇଥିବା ଡ୍ରେନ ସଫା ହେଉ ନଥିବାରୁ ପ୍ରତ୍ୟେକ ବର୍ଷ ଅସରାଏ ବର୍ଷା ହେଲେ ସହରର ଡ୍ରେନ ପାଣି ଡାକ୍ତରଖାନା ଭିତରକୁ ପଶୁଛି। ପ୍ରତିବର୍ଷ ଏହି ସମସ୍ୟା ଦେଖା ଦେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରାଯାଉ ନାହିଁ।

 

You might also like