ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ଦାମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ। ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଝିଙ୍କରଗଡ଼ି ଜଙ୍ଗଲକୁ ବୁଲି ଦେଖିବା ପରେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି ଦାମୋଦର ରାଉତ। ସରକାରଙ୍କୁ ଅନ୍ଧ କହି ସମାଲୋଚନା କରିବା ସହ ପରିବେଶ ବିରୋଧୀ ବୋଲି କହିଛନ୍ତି।

କେବଳ ଏତିକି ନୁହେଁ, ଏବେକାର ମୁଖ୍ୟମନ୍ତ୍ରୀଙ୍କ  ଜଏଣ୍ଟ ସେକ୍ରେଟାରୀ ଥିବା ଅଫିସ୍‌ର ଢେଙ୍କାନାଳରେ ଥିବା ବେଳେ ଜମିର କିସମ ପରିବର୍ତ୍ତନ କରିଥିଲେ ବୋଲି ଦାମ ସିଧାସଳଖ ଅାରୋପ ଲଗାଇଛନ୍ତି। ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

 

You might also like