• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଯୌତୁକ ଜୁଇରେ ଚାଲିଗଲା ଆଉ ଜଣେ ନବବଧୂଙ୍କ ଜୀବନ
  • ମୃତକ ଥିଲେ ୫ ମାସର ଗର୍ଭବତୀ
  • ଜମି କିଣିବାକୁ ୧୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ
  • ଥାନାରେ ଅଭିଯୋଗ ପରେ ମୃତକଙ୍କ ସ୍ୱାମୀ ଗିରଫ

ଭୁବନେଶ୍ୱର(ଆଲୋକ ମହାନ୍ତି): ଯୌତୁକ ଜୁଇରେ ଚାଲିଗଲା ଆଉ ଜଣେ ନବବଧୂଙ୍କ ଜୀବନ। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀରେ ଘଟିଛି ଏଭଳି ଏକ ଅମାନୁଷିକ ଘଟଣା। ସ୍ୱାମୀ ଓ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଉଭୟ ଚାକିରି ମଧ୍ୟ କରୁଥିଲେ। କିନ୍ତୁ ଯୌତୁକ ପାଇଁ ଲକ୍ଷାଧିକ ଟଙ୍କା ଦାବି କରି ସ୍ୱାମୀ ଓ ଶାଶୁଘର ଲୋକେ ସବୁବେଳେ ନିର୍ଯାତନା ଦେଇଆସୁଥିଲେ। ଶେଷରେ ମହିଳାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ଲଭ୍, ମ୍ୟାରେଜ, ମର୍ଡର ପରି ଘଟଣାକୁ ନେଇ ଆଜି ରାଜଧାନୀରେ ଜୋର ସୋରରେ ଚାଲିଛି ଚର୍ଚ୍ଚା। ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ। ବର୍ଷେ ୩ ମାସ ତଳେ ବାହାଘର, ଆଉ ଏବେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଡ଼ କଥା ହେଉଛି, ୫ ମାସର ଗର୍ଭବତୀ ଥିଲେ ମହିଳା ଜଣଙ୍କ। ମୃତ ସୁଚିସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆଉ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ପାଟିରେ ବିଷ ପିଆଇ ଦେଇଛନ୍ତି ଶାଶୁଘର ଲୋକେ।

ବିବାହ ବେଳେ ଦାବି ମୁତାବକ ଟଙ୍କା ଓ ସମସ୍ତ ଜିନିଷପତ୍ର ଦେଇଥିଲେ ସୁଚିସ୍ମିତାଙ୍କ ପରିବାର। ତଥାପି ବିଭିନ୍ନ ସମୟରେ ତାଙ୍କୁ ଲକ୍ଷାଧିକ ଟଙ୍କା ଆଣିବା ପାଇଁ ବାଧ୍ୟ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ନିକଟରେ କଟକ ସିଡିଏରେ ଏକ ଜମି କିଣିବା ଲାଗି ବାପଘରୁ ୧୦ ଲକ୍ଷ ଟଙ୍କା ଆଣିବାକୁ କହି ସ୍ୱାମୀ ଓ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ। ଏପରିକି କିଛିଦିନ ତଳେ ଦେଢ଼ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି ସୁଚିସ୍ମିତାଙ୍କ ବାପା। ତାସତ୍ତ୍ୱେ ତାଙ୍କୁ ମାରଧର କରି ହତ୍ୟା କରାଯାଇଥିବା ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି।

୨୦୧୯ ଡିସେମ୍ବରରେ ସୁଚିସ୍ମିତା, ଯାଜପୁରର ସୁବୀର କୁମାର ମଲ୍ଲିକଙ୍କୁ ବିବାହ କରିଥିଲେ। ସ୍ୱାମୀ-ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଚାକିରି ବି କରୁଥିଲେ। ଗତ ଡିସେମ୍ବରରେ ସୁଚିସ୍ମିତାଙ୍କ ନାକକୁ ବାଡେଇ ରକ୍ତାକ୍ତ କରିବା ପରେ ମେଡିକାଲରେ ଚିକିତ୍ସା କରାଇଥିଲେ ତେବେ ପୁଣି ଏବେ କାନ ମୁଣ୍ଡାକୁ ପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ବାଲିଅନ୍ତା ଥାନାରେ ଅଭିଯୋଗ ପରେ ପୋଲିସ ମୃତକଙ୍କ ସ୍ୱାମୀ ସୁବୀର ମଲ୍ଲିକଙ୍କୁ ଗିରଫ କରିଛି। ଏଥିସହ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ମଧ୍ୟ ଖୋଳତାଡ଼ ଚଳାଇଛି।

Dowry-murder-case-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories