ନିଆଁ ଲଗାଇଦେଲେ ଶାଶୂଘର ଲୋକେ !

କେନ୍ଦ୍ରାପଡ଼ା : ବାପ ଘରେ ଝିଅ ଶାଶୂ ଘରେ ବୋହୂ। ଏହି ଅର୍ଥରେ ଝିଅଟିଏ  ବଢ଼େ। ଆଉ କୁମାରୀରୁ ପାଲଟିଯାଏ ଦିନେ ସହଧର୍ମିଣୀ । ହାତରେ ଶଙ୍ଖା , ମଥାରେ ସିନ୍ଦୁର ଆଉ ପାଦରେ ଅଳତା ନାଇ ସେ ଦେଖେ ନୂଆ ସ୍ୱପ୍ନ । ଜଣେ ଅଜଣା ପୁରୁଷକୁ ନିଜର କରି ଗଢ଼େ ସୁନାର ସଂସାର। ଓଷା ବ୍ରତ ମାନସିକ କରି ସେ ଆଉ ଏକ କୁଳର କୁଳବଧୂ ପାଲଟିଯାଏ । କିନ୍ତୁ ବେଳେବେଳେ ସେହି କୁଳବଧୂ ଅର୍ଥ ସ୍ୱାର୍ଥ ନିଆଁରେ ଜଳିଯାଏ । ତାର ଏସବୁର ମୂଲ୍ୟ ତୁଚ୍ଛ ହୋଇଯାଏ । ଗୋଟିଏ ପରିବାରକୁ ପଛ କରି , ସେ ଆଉ ଏକ ପରିବାରକୁ ନିଜର କଲାବେଳେ ବଳି ପଡିଯାଏ ତାର ଜୀବନ । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁରେ ।

ଦେଢ଼ ବର୍ଷ ତଳେ ବୋହୂ ହୋଇ ଯାଇଥିବା ରଶ୍ମିତା ଦାସଙ୍କୁ ଗତ ଶନିବାର ତାଙ୍କ ଶାଶୂ, ଶ୍ୱଶୁର, ଦୁଇ ନଣନ୍ଦ ଓ ଜଣେ ନଣନ୍ଦେଇ ମିଳିମିଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  ରଶ୍ମିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ, ସଂକଟାପନ୍ନ ଅବସ୍ଥାରେ ସେ କଟକ ଏସ୍‌ସିବି ମେଡିକାଲ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ପୁଲିସ ୩ ଜଣଙ୍କୁ ଗିରଫ କରିଛି।

୨୦୧୮ ଜୁନ୍‌ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। ଏବେ ବିକ୍ରମ ବିଦେଶରେ କ୍ୱାତାରରେ ଅଛନ୍ତି। ଏପଟେ ଶାଶୂଘରେ ରହୁଥିବା ରଶ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକେ ବିଭିନ୍ନ ସମୟରେ ଗାଳି ଗୁଲଜ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଗତ ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ବାପ ଘରକୁ ଯିବାକୁ ବାହାରିବାରୁ, ଏତେ ସୁନାଗହଣା କାହିଁକି ପିନ୍ଧିଛୁ ବୋଲି ପଚାରି ଶାଶୂ ଓ ଶ୍ୱଶୁର ଗାଳିଗୁଲଜ କରିଥିଲେ। ଆଉ ଶେଷରେ ରାକ୍ଷସ ପାଲଟି ଯାଇଥିଲେ ୫ଜଣ ଅଭିଯୁକ୍ତ।

ରାଜନଗର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଶାଶୂ, ଶ୍ୱଶୁର ଓ ଜଣେ ନଣନ୍ଦକୁ ଗିରଫ କରିଛି । ଆଉ ଜଣେ ନଣନ୍ଦ ଓ ନଣନ୍ଦେଇ ଫେରାର୍ ଅଛନ୍ତି। ତେବେ ଏନେଇ ପୁଲିସ ମୁହଁ ଖୋଲିବାକୁ ମନା କରିଦେଇଛି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like