’ଓଡ଼ିଶାରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ’

ଭୁବନେଶ୍ୱର: ଗୋଟିଏ ପଟେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିବା ବେଳେ ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟାଣ୍ଟ ମିଳିଛି। ତେବେ ଭଲ କଥା ହେଲା ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାନ୍ତି । ଏବେ ରାଜ୍ୟରେ ଆଉ କିଛି ମ୍ୟୁଟାଣ୍ଟ ମିଳିଛି, ଯାହାକୁ N440K କୁହାଯାଉଛି । ଓଡ଼ିଶାରୁ ୩ଟି N440K ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରୁ ବି ୩ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଏହି ମ୍ୟୁଟାଣ୍ଟ ବେଶୀ ମାରାତ୍ମକ ନୁହଁନ୍ତି କି ସଂକ୍ରାମକ ନୁହଁନ୍ତି ବୋଲି କହିଛନ୍ତି ଆଇଏଲ୍ଏସ୍  ନିର୍ଦ୍ଦେଶକ ।

ସେପଟେ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ସମ୍ପର୍କରେ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ।  ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହୋଇଥିବାରୁ କାହାକୁ ସଂକ୍ରମିତ କରି ନାହାନ୍ତି  ।ILSରେ ୨୨୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତାହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି  ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ନମୁନାରୁ ଭୟାନକ ସ୍ଥିତି ନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ।  ବର୍ତ୍ତମାନ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡିର ନମୁନା ପରୀକ୍ଷା କରାଯାଉଛି ରାଜ୍ୟରେ ସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ମତ ରଖିଛନ୍ତି । ସେପଟେ ମହାରାଷ୍ଟ୍ର ଓ ପଞ୍ଜାବରେ ଷ୍ଟ୍ରେନର ସଂକ୍ରମଣ ହାର ଅଧିକ ପୁନଃ ସଂକ୍ରମଣ ହାର ୧:୧ରୁ ୧:୫କୁ ବଢ଼ିଛି । ତେବେ ଏହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି ସେହିପରି ପଞ୍ଜାବରେ ୭୦ ପ୍ରତିଶତ ୟୁକେ ଭେରିଏଣ୍ଟ ରହିଥିବା ସେ ସୂଚନା ଦେଇଛନ୍ତି ।

ସେହିପରି ଆଜି ରାଜ୍ୟରେ ନୂଆ ୨୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୩୦ ହଜାର ୭୨୯ ନମୁନା ପରୀକ୍ଷଣ କରାଯାଇଥିଲା।  ଆଜି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି  ସୁନ୍ଦରଗଡ଼ରୁ  ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇ ଥିବାବେଳେ
ବରଗଡ଼ରୁ ୧୩ ଓ ବାଲେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍‌ ୧୧୫୧ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୩୩୭ ଆକ୍ରାନ୍ତ।

You might also like