ଗୁଣିଗାରେଡ଼ି ସନ୍ଦେହରେ ଯାଜପୁରରେ ଡବଲ୍ ମର୍ଡର !
ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ହେଲେ ଶୈଳ ବାଲ୍ମୀକି ଓ ତାଙ୍କ ପତ୍ନୀ ସମ୍ବାରୀ। ଆଜି ସକାଳେ ଏହି ଘଟଣା ଘଟିଛି।
ଉଭୟଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲାଗି ୫ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ୍,ସାଇଣ୍ଟିଫିକ୍ ଟିମ୍ ଓ ଯାଜପୁର ଏସ୍ପି ପହଞ୍ଚିଛନ୍ତି।
ପ୍ରକୃତରେ ଦମ୍ପତିଙ୍କୁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି , ଗୁଣି ଗାରେଡ଼ି ନା ଆଉ କିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।